ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ମହାବାହୁ
ଆଜି ହେଉଛି ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହାରି ପଡ଼ିଛନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ କାଳିଆ ଠାକୁର। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି। ବର୍ତ୍ତମାନ ମହାରାଜାଙ୍କ ଦ୍ବାରା ଛେରା ପହଁରା ନୀତି ଶେଷ ହୋଇଛି। ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଛନ୍ତି ଗଜପତି ମହାରାଜା। ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି, ତାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା। ଏହାପରେ ଆରମ୍ଭ ହୋଇଥିଲା ଚାରମାଳ ଫିଟା ଏବଂ ଘୋଡ଼ାଯଚା। ସବୁନୀତିକାନ୍ତି ଶେଷ ହେବା ପରେ ବଡ଼ଦାଣ୍ଡରେ ଗଡ଼ିଛି ବଳଭଦ୍ରଙ୍କ ତାଳଧ୍ୱଜ ରଥ। ସେବାୟତମାନେ ରଥଟାଣିବା ଆରମ୍ଭ କରିଛନ୍ତି। ଏ ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ଭକ୍ତଗଣ। ଭକ୍ତରହିତ ଭାବେ ପାଳନ ହେଉଛି ବାହୁଡ଼ା ଯାତ୍ରା। ତେଣୁ ବଡ଼ଦାଣ୍ଡରେ ଗହଳି ନାହିଁ। ଜନଶୂନ୍ୟ ହୋଇ ପଡ଼ିଛି କାଳିଆର ବଡ଼ଦାଣ୍ଡ। ଦିନେ ଏଇ ବଡ଼ଦାଣ୍ଡରେ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ବିନା ଭକ୍ତରେ ହେଉଛି କାଳିଆ ସାଆନ୍ତଙ୍କ ବାହୁଡ଼ା ଯାତ୍ରା।