ନୂଆଁଖାଇ, ପଶ୍ଚିମ ଓଡ଼ିଶାର ଏକ କୃଷିଭିତିକ ପର୍ବ । ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ନାମରେ ମଧ୍ୟ ଖ୍ୟାତ । ନୂତନ ଧାନ(ଫସଲ)କୁ ସ୍ୱାଗତ କରିବାର ଉତ୍ସବ ହେଉଛି ନୂଆଁଖାଇ । ଓଡ଼ିଶାରେ ପ୍ରଚଳିତ ଜଗନ୍ନାଥ ତଥା ସୌର ପଞ୍ଜିକା ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳପକ୍ଷ ପଂଚମୀ ତିଥି ଦିନ ପାଳନ କରାଯାଏ ଏହି ପର୍ବ । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଗଣେଶ ପୂଜା ପରଦିନ ପଶ୍ଚିମ ଓଡ଼ିଶାର ପୂର ପଲ୍ଲୀରେ ଏହି ପର୍ବ ବେଶ୍ ଆନନ୍ଦ ଓ ଉହ୍ଲାସର ସହ ପାଳନ କରାଯାଏ । ପଶ୍ଚିମ ଓଡ଼ିଶା ବିଶେଷ କରି ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଝାରସୁଗୁଡ଼ା ଏବଂ ଓଡ଼ିଆ ସଂସ୍କୃତି ଦେଖିବାକୁ ମିଳୁଥିବା ପଡୋଶୀ ଝାରଖଣ୍ଡର କେତେକ ଅଂଚଳରେ ପାଳନ କରାହୁଏ ଏହି ନୂଆଁଖାଇ ପର୍ବ । ଓଡ଼ିଶାର ପଶ୍ଚିିମାଂଚଳରେ ଏହି ପର୍ବକୁ ନବାନ୍ନ ଭାବେ ମଧ୍ୟ ପାଳନ କରାଯାଏ ।
ନୂଆଁଖାଇ, ନୂଆ ଅର୍ଥ ହେଉଛି ନୂତନ ଏବଂ ଖାଇ ର ଅର୍ଥ ଖାଦ୍ୟ (ଫସଲ) । ଯେପରିକି ସମସ୍ତେ ଜାଣନ୍ତି ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ ଆଉ ଏଠାର ପ୍ରଧାନ ଫସଲ ହେଉଛି ଧାନ । ଅକ୍ଷୀ ତୃତୀୟାରୁ ଚାଷଜମିରେ ବୁଣିଥିବା ବିହନ ଭାଦ୍ରବ ମାସରେ ପାଚିବା ଆରମ୍ଭ କରେ । ଆଉ ଏହି ପାଚିଲା ଧାନରୁ ହିଁ ଜଣାପଡ଼େ ଆଗାମୀ ବର୍ଷର ଆର୍ଥିକ ସ୍ଥିତି । ଚାଷୀଭାଇ କରିଥିବା ଧାନ ଗଛ ଯେତେବେଳେ କିଆରୀରେ ଲହରୀ ଭାଙ୍ଗେ ଆଉ କେଣ୍ଡାରୁ ପାଚିଲା ଧାନ ଉଙ୍କି ମାରେ ସେତେବେଳେ ଚାଷୀଭାଇର ମନରେ ଆସେ ନୂଆ ଆଶା ଓ ଉତ୍ସାହ । ସେହି ଖୁସିରେ ଚାଷୀ ଏହି ନୂଆ ଧାନରୁ ଚାଉଳ ବାହାର କରି ଏହାକୁ ପ୍ରଥମେ ଗ୍ରାମଦେବତୀଙ୍କ ପାଖରେ ଅର୍ପଣ କରିବାର ବିଧି ହେଉଛି ଏହି ନୂଆଁଖାଇ ପର୍ବର ବିଶେଷତ୍ୱ । ଏହାର ଆଉ ଏକ କାରଣ ହେଉଛି, ଫସଲ ଅମଳ କରିବାର ସମୟ ହୋଇ ନ ଥିଲେ ସୁଦ୍ଧା କୌଣସି ପଶୁ କିମ୍ବା ପକ୍ଷୀଙ୍କ ଆଧାର ହେବା ପୂର୍ବରୁ ଏହାକୁ ଗ୍ରାମଦେବତୀ ତଥା ଇଷ୍ଟ ଠାକୁରାଣୀଙ୍କ ପାଖରେ ଭୋଗ ଲାଗି କରାଯାଇଥାଏ । ନୂଆଧାନରୁ ପ୍ରସ୍ତୁତ ଚାଉଳରେ ଆରିସା ପିଠା ତିଆରି କରି ଗ୍ରାମଦେବତୀଙ୍କ ପାଖରେ ଭୋଗ ଲାଗି କରାଇ ସମସ୍ତଙ୍କ ମଙ୍ଗଳ କାମନା କରନ୍ତି ପରିବାର ଲୋକେ । ନବାନ୍ନ ଲାଗି କରିବାର ଏକ ନିର୍ଦ୍ଧିଷ୍ଟ ସମୟ ରହିଛି । ପଂଚମୀ ଦିନର ଏକ ନିର୍ଦ୍ଧିଷ୍ଟ ସମୟକୁ ଲଗ୍ନ ଧରାଯାଏ । ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ନାମରେ ଲଗ୍ନ ଧାର୍ଯ୍ୟ କରାଯାଉଥିବାବେଳେ ବଲାଙ୍ଗୀର-ପାଟଣାଗଡ଼ରେ ମା ପାଟଣେଶ୍ୱରୀଙ୍କ ନାମରେ, ସୁବର୍ଣ୍ଣପୁରରେ ମା ସୁରେଶ୍ୱରୀଙ୍କ ନାମରେ ଓ କଳାହାଣ୍ଡିରେ ମା ମାଣିକେଶ୍ୱରୀଙ୍କ ନାମରେ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ତା ପରେ କିଣାବିକା ହୁଏ ଆଉ ନୂଆ ଧାନ ଖୋଜାପଡ଼େ । ଧାର୍ଯ୍ୟ ଲଗ୍ନ ସମୟ ଅନୁଯାୟୀ ମାଙ୍କଠାରେ ନୂଆଧାନରୁ ପ୍ରସ୍ତୁତ ନବାନ୍ନ ବା ଆରିସା ପିଠା ଅର୍ପଣ କରାଯାଇ ରୀତି ସମ୍ପୂର୍ଣ୍ଣ କରାଯାଏ । ଆଉ ଏହାପରେ ପୁରୋହିତମାନେ ପ୍ରସାଦ ବାଂଟନ୍ତି । ସୁନ୍ଦରଗଡ଼ରେ ରାଜପରିବାର ପକ୍ଷରୁ ନବାନ୍ନ ପ୍ରଥମେ ଶିଖରବାସିନୀଙ୍କୁ ଅର୍ପଣ କରାଯାଇଥାଏ । ବର୍ଷରେ ଏହି ଗୋଟିଏ ଦିନ ଏହି ମନ୍ଦିର ଖୋଲାଯାଇଥାଏ ।
ବୈଦିକ ପରମ୍ପରା ବହନ କରୁଥିବା ନୂଆଁଖାଇ ପର୍ବ ପ୍ରାୟ ୩,୦୦୦ ବର୍ଷ ପୂର୍ବରୁ ପାଟଣାଗଡ଼ର ପ୍ରଥମ ଚୈାହାନ ରାଜା ରମାଇ ଦେବଙ୍କ ସମୟରୁ ପାଳିତ ହୋଇଆସୁଛି । ଏହି ପରମ୍ପରା ଅନୁଯାୟୀ ଓଡ଼ିଶାର ସାଧୁ ସନ୍ଥମାନେ ବର୍ଷତମାମ ୫ଟି କର୍ମ କରିଥାନ୍ତି । ସୀତାଯଜ୍ଞ(ଭୂମି ଚାଷ), ପ୍ରଭାପନ ଯଜ୍ଞ(ବିହନ ବୁଣିବା), ପ୍ରଳମ୍ବନ ଯଜ୍ଞ(ଫସଲ କାଟିବା), ଖଳା ଯଜ୍ଞ (ଫସଲ ଅମଳ କରିବା), ପ୍ରଯାଜନ ଯଜ୍ଞ (ସଂରକ୍ଷଣ) । ଏହି ପରମ୍ପରାକୁ ଆଜି ମଧ୍ୟ ଓଡ଼ିଶାର ଚାଷୀ ଭାଇ ବଜାୟ ରଖିଛନ୍ତି ଏବଂ ଏହି କ୍ରମରେ ନୂଆଁଖାଇ ମୁଖ୍ୟତଃ ପ୍ରଳମ୍ବନ ଯଜ୍ଞ ଉପରେ ଆଧାରିତ । ଏହି ପର୍ବରେ ପରିବାରର ସମସ୍ତେ ନୂତନ ପୋଷାକ ପିନ୍ଧି ଗ୍ରାମଦେବତୀଙ୍କ ନିକଟରେ ଶୁଭ ମନାସିଥାନ୍ତି । ପଶ୍ଚିମ ଓଡ଼ିଶାର ସମସ୍ତ ପରିବାର, ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ବେଶ୍ ଉତ୍ସାହର ସହ ଏହାକୁ ପାଳନ କରନ୍ତି । ଘରେ ଘରେ ନିର୍ଦ୍ଦିଷ୍ଟ ଲଗ୍ନାନୁଯାୟୀ ଘରର ମୁଖ୍ୟ ବିଲକୁ ଧାନ ଆଣିବା ପାଇଁ ଯାଆନ୍ତି । ନୂଆ ଧାନ କାଟିବା ଆଗରୁ ସେ ସର୍ବପ୍ରଥମେ ପଂଚମହାଭୁତ (ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ)ଙ୍କୁ ଆବାହନ କରି ନିଜ ଶକ୍ତି ଅନୁଯାୟୀ ସସମ୍ମାନେ ପୂଜାର୍ଚ୍ଚନା କରିଥାଆନ୍ତି । ଏହା ପରେ ପ୍ରଥମ ଧାନ ଆଣି ଘରର ଲକ୍ଷ୍ମୀଙ୍କୁ ପ୍ରଦାନ କରନ୍ତି । ଏହି ଧାନରୁ ଆରିସା ବା ଗୁଡ଼ ଦିଆ ମଣ୍ଡା ପିଠା ପ୍ରସ୍ତୁତ କରାଯାଇ ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ଘରର ସମସ୍ତ ସଦସ୍ୟ ଏକାଠି ବସି ଭୋଜନ କରନ୍ତି ।
ସମ୍ବଲପୁର ଜିଲ୍ଲାରେ ଏହି ପର୍ବର ଆୟୋଜନ ୧୫ ଦିନ ଆଗରୁ ଆରମ୍ଭ ହୋଇଯାଏ । ନୂଆଁଖାଇ ବା ନବାନ୍ନର ନଅଟି ରଙ୍ଗ ରହିଥାଏ ବୋଲି କୁହାଯାଏ । ସେଗୁଡ଼ିକ ହେଉଛି- ୧. ବେହେରଣ (ଲଗ୍ନ ଧାର୍ଯ୍ୟ ନିମନ୍ତେ ଏକାଠି ଭେଟ ପାଇଁ ହେଉଥିବା ଘୋଷଣା) ୨. ଲଗ୍ନ ଦେଖା (ଧାନ କାଟିବା ପାଇଁ ଧାର୍ଯ୍ୟ ପ୍ରକୃତ ଲଗ୍ନ), ୩- ଡକାହକା (ନିମନ୍ତ୍ରଣ), ୪- ସାଫ୍ ସୁତୁରା ବା ଲିପା ପୋଛା, ୫- ଘିନାବିକା (ନୂତନ ବସ୍ତ୍ର ବା ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ କିଣାକିଣି କରିବା), ୬- ନୂଆ ଧାନ ଖୁଜା ବା ଖୋଜା, ୭- ବଲି ପକା (ମାଙ୍କୁ ନବାନ୍ନ ଅର୍ପଣ ବା ନୂଆଖିଆ), ୮- ନୂଆଁଖାଇ (ନାଚ ଗୀତ ସାଙ୍ଗେ ମାଙ୍କୁ ଅର୍ପଣ କରାଯାଇଥିବା ପ୍ରସାଦ ଏକାଠି ବସି ଖାଇବା), ୯- ଜୁହାର ଭେଟ୍ (ଘରର ବଡ଼ମାନଙ୍କୁ ସମ୍ମାନ ଜଣାଇ ପ୍ରଣାମ କରିବା) ।
ଏହି ପର୍ବକୁ ସମସ୍ତ ବନ୍ଧୁବାନ୍ଧବ ଏକାଠି ମିଶି ପାଳନ କରନ୍ତି ଏବଂ ପରସ୍ପରକୁ ନୂଆଁଖାଇ ଜୁହାର ଜଣାନ୍ତି । ପରିବାରର କନିଷ୍ଠ ସଦସ୍ୟମାନେ ବଡ଼ମାନଙ୍କୁ ନୂଆଁଖାଇ ଜୁହାର ଜଣାଇଥାନ୍ତି । ବଦଳରେ ଗୁରୁଜନମାନେ ସୁଖ ସମୃଦ୍ଧି, ଆୟୁ, ଯଶର ଆଶୀର୍ବାଦରେ ଆଲିଙ୍ଗନ କରନ୍ତି । ପରିବାର ମଧ୍ୟରେ ମନୋମାଳିନ୍ୟ ଥିଲେ ମଧ୍ୟ ସବୁକୁ ଭୁଲି ଏହି ପର୍ବ ପାଳିଥାନ୍ତି । ଦୂର ସହରକୁ ଯାଇଥିବା ପରିବାରର ସଦସ୍ୟମାନେ ମଧ୍ୟ ନୂଆଁଖାଇ ପାଳନ କରିବାକୁ ଜନ୍ମମାଟିକୁ ଫେରିଆସନ୍ତି । ଏହା ଏକ ପ୍ରକାର ଭ୍ରାତୃଭାବ ଏବଂ ବନ୍ଧନର ଉତ୍ସବ ଯାହାର କୃଷି ପ୍ରାସଙ୍ଗିକତା ସହିତ ସମାଜରେ ଏକତ୍ୱକୁ ସମୃଦ୍ଧ କରେ ।