blog
Share on facebook
Facebook
Share on twitter
Twitter
Share on linkedin
LinkedIn

ବ୍ୟସ୍ତବହୁଳ ଜୀବନରେ ମଣିଷ ଚାହେଁ କିଛି ସମୟ ଶାନ୍ତିରେ ଏକାକୀ ବିତାଇବା ପାଇଁ । ଭିଡ଼ରୁ ଦୂରରେ ନିରୋଳାରେ ସମୟ ବିତାଇବାକୁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ ଭ୍ରମଣ କରିବା ଅଧିକାଂଶଙ୍କୁ ଖୁବ୍ ପସନ୍ଦ । ଦେଶ ବିଦେଶରେ ଭ୍ରମଣ କରିବା ସମସ୍ତଙ୍କ ପାଇଁ ସବୁବେଳେ ସମ୍ଭବ ହୋଇ ନ ଥାଏ ।ତେଣୁ କର୍ମମୟ ଜୀବନରୁ କିଛି ସମୟ ଚୋରାଇ ପାଖରେ ଥିବା କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସ୍ଥାନରେ ଏକାକୀ ବସିଗଲେ ମନର ବୋଝ ବି ହାଲୁକା ହୋଇଯାଏ । ଏଠାରେ ଏମିତି ଏକ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ହୁଏତ ଏହା ପର୍ଯ୍ୟଟନସ୍ଥଳୀ ତାଲିକାରେ ନ ଥାଇ ପାରେ କିମ୍ବା ଅଧିକାଂଶ ଲୋକ ଏହି ସ୍ଥାନ ସମ୍ପର୍କରେ ଜାଣି ନ ଥାଇ ପାରନ୍ତି, କିନ୍ତୁ ଥରେ ଏଠାକୁ ଗଲେ ଆପଣ ନିଶ୍ଚିତ ଭାବେ ଚାପମୁକ୍ତ ଅନୁଭବ କରିବେ । ଏହି ସ୍ଥାନଟି ହେଉଛି ଜଗନ୍ନାଥ ବାଟିକା, ଯାହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରହିଛି ।

ଜଗନ୍ନାଥଙ୍କୁ ସମର୍ପିତ

ଓଡ଼ିଶାବାସୀଙ୍କ ମନପ୍ରାଣରେ ପତିତପାବନ ଜଗତର ନାଥ ଜଗନ୍ନାଥ ଓତପ୍ରୋତ ଭାବେ ଜଡ଼ିତ । ଜଗନ୍ନାଥଙ୍କ ପ୍ରତି ରହିଛି ପ୍ରତି ଓଡ଼ିଆଙ୍କ ମନରେ ଅହେତୁକ ଭଲ ପାଇବା । ଜଗା ପ୍ରତ୍ୟେକ ଓଡ଼ିଆଙ୍କ ଜୀବନର ପ୍ରାଣକେନ୍ଦ୍ର । ମଣିଷ ଭଳି ମହାବାହୁ ଜଗନ୍ନାଥ ବି ଜନ୍ମ, ମୃତ୍ୟୁ, ବ୍ୟାଧୀ ଚକ୍ରରେ ପଡ଼ିଥାନ୍ତି । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡ଼ଦେଉଳରେ ବିରାଜମାନ କରିଥିବା କାଳିଆ ଠାକୁର ପାଖରେ ବାର ମାସରେ ତେର ପର୍ବ ପାଳନ ହୋଇଥାଏ । ଏଥିପାଇଁ ତାଙ୍କ ସେବାରେ ନାନାଦି ଗଛ, ଲତା, ଗୁଳ୍ମ, ଫୁଲ ଆଦି ଲାଗିଥାଏ । ତେଣୁ ଦାରୁବ୍ରଂହ୍ମ ଜଗନ୍ନାଥଙ୍କୁ ସମର୍ପିତ କରି ଭୁବନେଶ୍ୱରର ଏକାମ୍ର କାନନ ଭିତରେ ୫ ଏକର ପରିବ୍ୟାପ୍ତ ସ୍ଥାନରେ ତିଆରି ହୋଇଛି ଜଗନ୍ନାଥ ବାଟିକା । ୨୨ ଫେବ୍ରୁଆରୀ ୨୦୧୬ରେ ଏହି ଉଦ୍ୟାନ ସର୍ବସାଧାରଣଙ୍କ ନିିମନ୍ତେ ଉତ୍ସର୍ଗୀକୃତ ହୋଇଥିଲା । ଜଗନ୍ନାଥଙ୍କ ସେବାରେ ଲାଗୁଥିବା ଅଧିକାଂଶ ଗଛ, ଲତା, ଫୁଲ ଆଦି ଏହି ବଗିଚାରେ ସ୍ଥାନ ପାଇଥିବାରୁ ଏହାର ନାମକରଣ ଏପରି ହୋଇଛି । 

ରହିଛି ଜଗନ୍ନାଥଙ୍କ ସେବାରେ ଲାଗୁଥିବା ବୃକ୍ଷଲତା

ଏହି ଜଗନ୍ନାଥ ବାଟିକା ଭିତରେ ୧୨୧ ପ୍ରକାର ବୃକ୍ଷକୁ ସ୍ଥାନିତ କରାଯାଇଛି । ନୀଳାଚଳବାସୀ କାଳିଆ ଠାକୁର ଶ୍ରୀଜଗନ୍ନାଥ ବଡ଼ ଭାଇ ଶ୍ରୀବଳଭଦ୍ର ଓ ସୁନାନାକି ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ବିରାଜି ଥାନ୍ତି । ଏଥିପାଇଁ ତିନି ଦିଅଁଙ୍କ ପାଇଁ ତିନୋଟି ରଥ ନିର୍ମାଣ

କରାଯାଇଥାଏ । ଦାରୁ ଦିଅଁଙ୍କ ରଥ କାମରେ ବ୍ୟବହାର ହେଉଥିବା ନିମ୍ବ, ଗମ୍ଭାରୀ, ପାଳଦୁଆ, ଫାସି, ଶିମିଳି, ଦେବଦାରୁ, ଭଳି ଗଛ ଏହି ବଗିଚାରେ ରହିଛି । ଜଗାର ଦୟାଣ ମାଳରେ ଶୋଭା ପାଇଥାଏ ତୁଳସୀ । ଜଗନ୍ନାଥ ବାଟିକାରେ ରହିଛି ଜଗନ୍ନାଥଙ୍କ ଅତିପ୍ରିୟ ତୁଳସୀ । ସ୍ନାନ ପରେ ଜ୍ୱରରେ ପଡ଼ି ଅଣସରରେ ରହିଥାନ୍ତି କାଳିଆ ଠାକୁର, ବଳିଆ ଠାକୁର ଓ ଦେବୀ ସୁଭଦ୍ରା । ଏହି ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାରର ଔଷଧ, ଚେରମୂଳି ଦିଆଯାଇଥାଏ ।ଅସୁସ୍ଥତାରୁ ଉପଷମ ପାଇଁ ତିନି ଠାକୁରଙ୍କ ଶ୍ରୀଅଙ୍ଗରେ ଫୁଲରି ତେଲ ଲାଗି କରାଯାଏ । ଏଥିସହିତ ଦଶମୂଳ ଓ ଅନ୍ୟାନ୍ୟ ଚେରମୂଳି ବି ଲାଗି କରାଯାଏ ।ଏହି ଉଦ୍ୟାନରେ ରହିଛି ବେଲ, ପାଟେଳି, ଶାଳପର୍ଣ୍ଣା, ଲବଙ୍ଗ, ଅଗ୍ନିବଥୁ, ଗୋଖରି, ଅଙ୍କରାତି ଭଳି ବୃକ୍ଷ । ଚନ୍ଦ୍ରିକା, ରଜନୀଗନ୍ଧା, ଯୂଇ, ଜାଇ, ମଲ୍ଲୀ,ସୁଗନ୍ଧରାଜ, ଦୁର୍ଲଭା, ଚମ୍ପା, ରଙ୍ଗଣୀ, ବଉଳ, କିଆ, କେତକୀ, ମାଳତୀ, ନାକଚଣା, କରପଲ୍ଲବ, ଗେଣ୍ଡୁ, କୁସୁମ, ଗଙ୍ଗଶିଉଳି, ପଦ୍ମ, କାଠ ଚମ୍ପା ଭଳି ଫୁଲ ଗଛ । ଏହାବ୍ୟତୀତ କଳାଠାକୁର ପାଖରେ ପୂଜା ହେଉଥିବା ନଡ଼ିଆ, ଗୁଆ, ଡାଳିମ୍ବ, ବରକୋଳି, ସପୁରୀ, ପିଜୁଳି, ଆତ, କଦଳୀ,ଆମ୍ବ, ହରିଡ଼ା, ବାହାଡ଼ା, ଅଁଳା ଭଳି ଗଛ ବି ଜଗନ୍ନାଥ ବାଟିକାରେ ସ୍ଥାନ ପାଇଛି । ପଦ୍ମଲୋଚନ ପୁରୁଷୋତ୍ତମଙ୍କ ସେବାରେ ଲାଗି କରାଯାଉଥିବା ପଦ୍ମ ଫୁଲ ପାଇଁ ଉଦ୍ୟାନ ଭିତରେ ରହିଛି ଛୋଟ ଏକ ପଦ୍ମ ପୁଷ୍କରିଣୀ । ମହାପ୍ରଭୁଙ୍କ ପହଣ୍ଡିରେ ଆକର୍ଷଣ ସାଜୁଥିବା ଟାହିଆରେ ଶୋଭାପାଉଥିବା ଦୁବ ବି ଏହି ବାଟିକାରେ ଦେଖିବାକୁ ମିଳୁଛି ।

ସବୁଜିମା ଭିତରେ କିଛି ମୁହୂର୍ତ୍ତ ବିତେଇ ପାରିବେ

ଏହି ଔଷଧୀୟ ବଗିଚାରେ ସକାଳେ ଓ ସନ୍ଧ୍ୟାରେ ଭ୍ରମଣ କରିବା ପାଇଁ ରାଜଧାନୀବାସୀ ବେଶ ପସନ୍ଦ କରିଥାନ୍ତି । ପ୍ରାକୃତିକ ପରିବେଶ, ସବୁଜିମା ଭିତରେ ପକ୍ଷୀଙ୍କ କଳରବ ମନକୁ ପୁଲକିତ କରିଦେବ । ଏଠାରେ କିଛି ସମୟ ବିତାଇବା ପରେ ସାରା ଦିନର ଜଞ୍ଜାଳ ଭିତରେ ଭାରାକ୍ରାନ୍ତ ହୋଇଯାଇଥିବା ମନ ଓ ମସ୍ତିଷ୍କ ଶାନ୍ତ ଅନୁଭବ କରିବ । ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବିଭିନ୍ନ ପ୍ରକାରର ବୃକ୍ଷ, ଲତା, ଫୁଲ, ଫଳ, କାଠ ଆଦି ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ଲାଗି ଏହି ଜଗନ୍ନାଥ ବାଟିକା ପ୍ରତିଷ୍ଠା କରାଯାଇଥିଲା । ତେଣୁ ଯେଉଁମାନଙ୍କର ଏସବୁ ପ୍ରତି ରୁଚି ରହିଛି,ସେମାନେ ବି ଏଠାକୁ ଯାଇ ବିଭିନ୍ନ ବୃକ୍ଷଲତା ବିଷୟରେ ଜାଣିପାରିବେ । କେବଳ ସେତିକି ନୁହେଁ ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ଗବେଷକ ଓ ଛାତ୍ରଛାତ୍ରୀମାନେ ଏଠାକୁ ଆସି ବହୁତ କିଛି ଦେଖିପାରିବେ ଓ ଶିଖିପାରିବେ ।