ସନାତନ ଧର୍ମରେ ପିତୃପକ୍ଷର ଏକ ବଡ଼ ମହତ୍ତ୍ୱ ରହିଛି । ପୂର୍ବଜଙ୍କୁ ଏହି ଦିନ ପ୍ରସନ୍ନ କରିଦେଲେ, ଘର ପରିବାର ଉପରେ ସେମାନଙ୍କ କୃପା ସବୁବେଳେ ରହିଥାଏ ବୋଲି କୁହାଯାଏ । ଏଥିସହିତ ଘରକୁ କୌଣସି ପ୍ରକାରର ଦୁଃଖ ଦୁର୍ଦ୍ଦଶା ମଧ୍ୟ ଆସି ନ ଥାଏ । ଏହି ପିତୃପକ୍ଷ ବା ଶ୍ରାଦ୍ଧ ପକ୍ଷ ୧୬ ଦିନର ଅବଧି । ଏହି ଦିନରେ ହିନ୍ଦୁ ଧର୍ମର ଲୋକେ ନିଜ ପୂର୍ବ ପୁରୁଷଙ୍କୁ ସ୍ମରଣ କରି ସେମାନଙ୍କ ପାଇଁ ପିଣ୍ଡଦାନ କରିଥାନ୍ତି । ପିତୃପୁରୁଷଙ୍କୁ ପ୍ରସନ୍ନ କରିଲେ ଘର ପରିବାର ଉପରେ କୌଣସି ଖରାପ ଛାଇ କିମ୍ବା ପ୍ରଭାବ ପଡ଼ି ନ ଥାଏ ବୋଲି ବି କୁହାଯାଏ ।
ଶାସ୍ତ୍ର ଅନୁସାରେ ନର୍କରୁ ଯେ ରକ୍ଷା କରେ ସେ ହେଉଛି ପୁତ୍ର । ଶ୍ରାଦ୍ଧ କର୍ମ ଦ୍ୱାରା ହିଁ ପୁତ୍ର ଜୀବନରେ ପିତୃ ଋଣରୁ ମୁକ୍ତି ପାଇପାରେ । ତେଣୁ ଶ୍ରାଦ୍ଧ କରିବା ଅନିବାର୍ଯ୍ୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଜୀବ ମୋହରେ ପଡ଼ି ଜୀବନରେ ପାପ ପୂଣ୍ୟ ସବୁକିଛି କରିଥାଏ । ପୁଣ୍ୟର ଫଳ ସ୍ୱର୍ଗ ପ୍ରାପ୍ତି ଓ ପାପର ଫଳ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ ବୋଲି କୁହାଯାଏ । ଜନ୍ମ ଜନ୍ମାନ୍ତରରେ ନିଜ କୃତ୍ୟ ଶୁଭାଶୁଭ କର୍ମଫଳ ଅନୁସାରେ ସ୍ୱର୍ଗ-ନର୍କର ସୁଖ ଦୁୁଃଖ ଭୋଗିବା ପରେ ଜୀବାତ୍ମା ପୁନଃ ଚୌରାସୀ ଲକ୍ଷ ଯୋନିଙ୍କ ସହିତ ଯାତ୍ରାରେ ବାହାରି ପଡ଼ନ୍ତି । ଏହି ସମୟରେ ପୁତ୍ର-ପୌଦ୍ରାଦୀଙ୍କ କର୍ତ୍ତବ୍ୟ ହେଉଛି ସେମାନେ ନିଜ ମାତା ପିତା ତଥା ପୂର୍ବପୁରୁଷଙ୍କ ନିମନ୍ତେ ଶ୍ରଦ୍ଧା ପୂର୍ବକ ଏଭଳି ଶାସ୍ତ୍ରରେ ବର୍ଣ୍ଣିତ କର୍ମ କରିବା । ଯଦ୍ୱାରା ସେହି ମୃତ ପ୍ରାଣୀମାନେ ପରଲୋକରେ ବି ସୁଖ ପ୍ରାପ୍ତ କରିପାରିବେ । ନିଜ ପୂର୍ବ ପୁରୁଷଙ୍କ ପ୍ରତି ଅର୍ପଣ, ତର୍ପଣ, ସମର୍ପଣର ପର୍ବ ମହାଳୟା ଆଶ୍ୱୀନ ମାସ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଆଶ୍ୱୀନ ମାସର କୃଷ୍ଣ ପକ୍ଷକୁ ପିତୃପକ୍ଷ କୁହାଯାଏ । ପିତୃପକ୍ଷ ଭାଦ୍ରପଦ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଆଶ୍ୱୀନ ମାସର ଅମାବାସ୍ୟା ଯାଏ ଚାଲିଥାଏ । ଯେଉଁମାନଙ୍କ ନିଧନ ପୂର୍ଣ୍ଣିମା ତିଥି ଦିନରେ ହୋଇଥାଏ, ଭାଦ୍ରପଦ ପୂର୍ଣ୍ଣିମା ଦିନ ସେହିମାନଙ୍କୁ କେବଳ ଶ୍ରାଦ୍ଧ ଦିଆଯାଏ ।
ଶାସ୍ତ୍ରରେ ଏହା ବି ବିଧାନ ରହିଛି ଯଦି କୌଣସି ବ୍ୟକ୍ତି ନିଜ ପୂର୍ବପୁରୁଷଙ୍କ ଦେହାନ୍ତ ତିଥି ଜାଣି ନ ଥାନ୍ତି, ସେମାନଙ୍କ ଶ୍ରାଦ୍ଧ କର୍ମ ଆଶ୍ୱୀନ ଅମାବାସ୍ୟାରେ କରାଯାଇପାରିବ । ଶ୍ରାଦ୍ଧ ତିଥି ଥିବା ଦିନ ସୂର୍ଯ୍ୟୋଦୟରୁ ଆରମ୍ଭ କରି ମଧ୍ୟାହ୍ନ ପୂର୍ବର ଅବଧି ମଧ୍ୟରେ ନିଜ ପୂର୍ବପୁରୁଷଙ୍କ ନିମନ୍ତେ ଶ୍ରାଦ୍ଧ, ତର୍ପଣ ଆଦି କରିବା ଉଚିତ । ଏହି ଦିନ ପୂର୍ବପୁରୁଷ ଶ୍ରାଦ୍ଧ ଗ୍ରହଣ କରିବା ଲାଗି ପୃଥିବୀ ପୃଷ୍ଠକୁ ଆସିଥାନ୍ତି ବୋଲି ବି କୁହାଯାଏ । ଦିବଂଗତ ପୂର୍ବଜଙ୍କ ଆତ୍ମାକୁ ସମ୍ମାନିତ କରିବା ଲାଗି ଏହି ପିତୃପକ୍ଷ ଶ୍ରାଦ୍ଧ ଦିବସ ସମର୍ପିତ ।
ଓଡ଼ିଶାର କେତେକ ଅଞ୍ଚଳରେ ପିତୃପକ୍ଷ ଶ୍ରାଦ୍ଧ ଦିବସରେ ବ୍ରାହ୍ମଣକୁ ନିମନ୍ତ୍ରଣ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ, ଯଜ୍ଞ ଓ ଭୋଜନ କରାଯାଏ। ଏହି ଦିନ ଘରର ବଡ଼ ପୁଅ ତଥା ମୁଖ୍ୟ ସ୍ନାନାଦି ଆଦି ନିତ୍ୟକର୍ମ ସାରି ଶ୍ରାଦ୍ଧ କର୍ମରେ ବସିଥାନ୍ତି। ଶ୍ରାଦ୍ଧ କର୍ମ ଶେଷ ହେବା ପରେ ବ୍ରାହ୍ମଣ ଭୋଜନ ସହିତ ଦକ୍ଷିଣା ଦେଇ ଆଶୀର୍ବାଦ ନିଆଯାଇଥାଏ। ଓଡ଼ିଶାର କେତେକ ଅଞ୍ଚଳରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ନିର୍ମିତ ମାଟିରେ ତିଆରି ଦେବୀ ମୃଣାଳୀଙ୍କ ମୂର୍ତ୍ତି ସହିତ ଚକ୍ ଚୁନ, ଯାହାକୁ ଖଡ଼ି ଉଠା ବୋଲି କୁହାଯାଏ ପୂଜା କରାଯାଏ। କୁହାଯାଏ ମା’ ଦୁର୍ଗା ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ଏବଂ କାର୍ତ୍ତିକେୟଙ୍କ ସହିତ ମହିଁଷାସୁରକୁ ବିନାଶ କରିବା ଲାଗି ପୃଥିବୀ ପୃଷ୍ଠରେ ପାଦ ରଖିଥାନ୍ତି। ପିତୃପକ୍ଷ ଶ୍ରାଦ୍ଧ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ନିଜ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରିବା ଲାଗି ବାଇସି ପାହାଚରେ ଏକାଠି ହୋଇଥାନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗରରେ ବି ଶ୍ରଦ୍ଧାଳୁମାନେ ନିଜ ପୂର୍ବଜଙ୍କୁ ଭକ୍ତିରେ ପିଣ୍ଡଦାନ କରନ୍ତି। ଯେଉଁମାନେ ନିଜ ପିତୃପୁରୁଷଙ୍କ ମୃତ୍ୟୁ ଦିନ ଶ୍ରାଦ୍ଧ ଦେଇ ପାରି ନ ଥାନ୍ତି, ସେମାନେ ମଧ୍ୟ ଏହି ଦିନ ଶ୍ରାଦ୍ଧ ଦେବାକୁ ପସନ୍ଦ କରନ୍ତି। ପଶ୍ଚିମ ଓଡ଼ିଶାରେ ମା’ ସମଲେଶ୍ୱରୀ ଏହି ଦିନ ବର୍ଷରେ ଥରେ ଧବଳମୁଖୀ ବେଶ ହୋଇଥାନ୍ତି। ତେଣୁ ଶ୍ରଦ୍ଧାଳୁମାନେ ଏହି ବେଶ ଦେଖିବା ଲାଗି ଲମ୍ବା ଧାଡ଼ିରେ ଠିଆ ହୋଇଥାନ୍ତି। କୁହାଯାଏ ଗଙ୍ଗାରେ ସ୍ନାନ କଲେ, ଯେତିକି ପୂଣ୍ୟ ମିଳିଥାଏ, ମା’ ସମଲେଶ୍ୱରୀଙ୍କ ଏହି ବେଶ ଦର୍ଶନ କଲେ ମଧ୍ୟ ସେତିକି ପୂଣ୍ୟ ଲାଭ ହୋଇଥାଏ। କେବଳ ଜଣାଶୁଣା ମନ୍ଦିର ନୁହେଁ, ମହାଳୟା ଦିନ ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା ଛୋଟ ବଡ଼ ମନ୍ଦିରରେ ଭକ୍ତମାନେ ବିଭିନ୍ନ ରୀତିନୀତି କରୁଥିବା ଦେଖିବାକୁ ମିଳିଥାଏ।
ଓଡ଼ିଶାରେ ମହାଳୟା ଶ୍ରାଦ୍ଧ ଦିନ କଦଳୀ ପତ୍ରରେ ଚାଉଳ, କଦଳୀ, ରାଶି, ଫୁଲ, ଚନ୍ଦନ ଓ ତୁଳସୀ ପତ୍ର ଆଦି ଦେଇ ପୂର୍ବପୁରୁଷଙ୍କୁ ତର୍ପଣ କରାଯାଏ। ଶ୍ରାଦ୍ଧ ଦିନ ବ୍ରାହ୍ମଣ ଭୋଜନ କରାଇବା ପୂର୍ବରୁ ଗାଈ, କୁକୁର, କାଉ, ଦେବୀଦେବତା ଓ ପିମ୍ପୁଡ଼ି ପାଇଁ ଭୋଜନ ସାମଗ୍ରୀ ପତ୍ରକୁ ବାହାର କରାଯାଏ। ଏହାପରେ କଦଳୀ ପତ୍ର କିମ୍ବା କଂସା ବାସନରେ ବ୍ରାହ୍ମଣଙ୍କ ପାଇଁ ଭୋଜନ ପରଷାଯାଏ। ଭୋଜନ ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ଓ ଅନ୍ୟ ସାମଗ୍ରୀ ଦାନ କରି ଆଶୀର୍ବାଦ ଲାଭ କରାଯାଏ। ଏହି ରୀତିନୀତି ଶ୍ରଦ୍ଧାପୂର୍ବକ କରିବା ଦ୍ୱାରା ପିତୃପୁରୁଷ ଆପଣଙ୍କୁ ଆଶୀର୍ବାଦ ଦେବା ଲାଗି ବାଧ୍ୟ ହୋଇଯିବେ ଓ ଆପଣଙ୍କ କର୍ମ, ବେପାର, ଶିକ୍ଷା ଓ ବଂଶ ବୃଦ୍ଧିରେ ଉପୁଜୁଥିବା ବାଧା ଦୂର ହୋଇଯାଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି।