blog
Share on facebook
Facebook
Share on twitter
Twitter
Share on linkedin
LinkedIn

ଯୁବ ଔପନ୍ୟାସିକଙ୍କୁ ଆକୃଷ୍ଟ କରେ ଆଧୁନିକ ଓଡ଼ିଆ ସାହିତ୍ୟିକଙ୍କ କୃତୀ:

ସାହିତ୍ୟ ହେଉଛି ଏକ ଜାତିର ପରିଚୟ । ଭବିଷ୍ୟତ ପିଢି ପାଇଁ ପ୍ରେରଣାର ଅସରନ୍ତି ଉତ୍ସ । ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ଓ ଇତିହାସର ବାର୍ତ୍ତାବହ । ଯେଉଁ ଜାତିର ସାହିତ୍ୟ ଯେତେ ସମୃଦ୍ଧ, ସେ ଜାତି ସେତେ ବିକଶିତ । ଓଡ଼ିଆ ସାହିତ୍ୟର ଇତିହାସ ବେଶ ପ୍ରାଚୀନ ଓ ସ୍ୱର୍ଣ୍ଣିମ । ସାରଳା ଯୁଗରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ, ଅନେକ ସାରସ୍ୱତ ସାଧକ ସେମାନଙ୍କ ଲେଖନୀ ଚାଳନା ଦ୍ୱାରା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । କାବ୍ୟ, କବିତା, ଗ୍ରନ୍ଥାବଳୀ, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଭ୍ରମଣ କାହାଣୀ, ଆତ୍ମଜୀବନୀରେ ପରିପୂର୍ଣ୍ଣ ଆଧୁନିକ ଓଡ଼ିଆ ସାହିତ୍ୟର ଇତିହାସ । ତାଳପତ୍ର ପାଣ୍ଡୁଲିପିଠାରୁ ଆଧୁନିକ ଛାପାକାଳି ପର୍ଯ୍ୟନ୍ତ ଅନେକ ସୃଜନାତ୍ମକ ରଚନା ଓଡ଼ିଆରେ ଲିପିବଦ୍ଧ ହୋଇରହିଛି । ଆଦିକବି ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ସାହିତ୍ୟ ଆକାଶରେ ଏକ ନୂଆ ସୂର୍ଯ୍ୟୋଦୟ ଥିଲା ।

ବଳରାମ ଦାସଙ୍କ ଦାଣ୍ଡି ରାମାୟଣ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଅଚ୍ୟୁତାନନ୍ଦଙ୍କ ହରିବଂଶ ଓ ମାଳିକା ଆଦି ଓଡ଼ିଆ ଗ୍ରନ୍ଥ ଓ ପୁରାଣ ସାହିତ୍ୟକୁ ସମୃଦ୍ଧ କରିରଖିଛି । ଏଥିରେ କେବଳ ପୁରାଣ ବଖାଣ ନାହିଁ ବରଂ ଓଡ଼ିଶାର ଇତିହାସ, ଭୌଗୋଳିକ ସ୍ଥିତି, ସଂସ୍କୃତି, ପରମ୍ପରା, ଲୋକ କଥା ଓ ସାମାଜିକ ଚଳଣି ପରିସ୍ଫୁଟିତ । ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ସଂସ୍ପର୍ଶରେ ଆସି ଓଡ଼ିଆ ସାହିତ୍ୟରେ ଆଧୁନିକତାର ଅଭ୍ୟୁଦୟ ହୋଇଥିଲା । ସ୍ୱାଧିନତା ପରବର୍ତ୍ତୀ ସମୟରେ ଆଧୁନିକ ଯୁଗରେ ବ୍ୟାସକବି ଫକୀର ମୋହନ ସେନାପତି ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ପ୍ରତିଭା ରାୟ, ମନୋଜ ଦାସ, ବିଭୁତି ପଟ୍ଟନାୟକଙ୍କ ରଚନା ଓଡ଼ିଆ ସାହିତ୍ୟକୁ ଅଧିକ ରୁଦ୍ଧିମନ୍ତ କରିଛି । ଏହି ସମୟରେ ଓଡ଼ିଆ ସାହିତ୍ୟରେ ଅନେକ କାଳଜୟୀ ଲେଖା ରହିଛି, ଯାହା ନୂତନ ପିଢିକୁ ସାହିତ୍ୟ ରଚନା ପାଇଁ ପ୍ରେରଣା ଯୋଗାଇଛି ।

କଥାକାର ଫକୀର ମୋହନ ସେନାପତି:  ଓଡ଼ିଆ ସାହିତ୍ୟକୁ ଆଗକୁ ନେବାର ଶ୍ରେୟ ଯାଉଛି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଭାବେ ପରିଚିତ ଫକୀରମୋହନ ସେନାପତି ବ୍ରିଟିଶ ଶାସନ ବିରୁଦ୍ଧରେ ଭାରତର ଦୀର୍ଘକାଳୀନ ସ୍ୱାଧୀନତା ସଂଗ୍ରାମର ଗାଥାକୁ ଶବ୍ଦରେ ପ୍ରତିବିମ୍ବିତ କରି ତତ୍କାଳୀନ ଜମିଦାରୀ ପ୍ରଥାର ପ୍ରଭାବ ଦ୍ୱାରା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ସାମାଜିକ ବ୍ୟବସ୍ଥା ବିରୁଦ୍ଧରେ ସ୍ୱରଉତ୍ତୋଳନ, ଶାସନ ବ୍ୟବସ୍ଥାରେ ଉପନିବେଶବାଦର ପ୍ରତିଫଳନ, ସମାଜରେ ଗାନ୍ଧୀବାଦ ଏବଂ ମାର୍କ୍ସବାଦର ପ୍ରଚଳନକୁ ୧୮୯୬ରେ ପ୍ରକାଶିତ ତାଙ୍କ ପୁସ୍ତକ ‘ଛଅ ମାଣ ଆଠଗୁଣ୍ଠ’ରେ। ଓଡ଼ିଶାର ଥୋମାସ ହାର୍ଡ଼ି ଭାବେ ଆଖ୍ୟାୟିତ ଫକୀରମୋହନ ସେନାପତିଙ୍କ ଏହି ଉପନ୍ୟାସର ସାହିତ୍ୟିକ ପ୍ରବୃତ୍ତି ଏବଂ ଜନ ଆବେଦନର ଏକ ପରାକ୍ରମ ସାକ୍ଷ୍ୟ ଏହି ସୂକ୍ଷ୍ମ ସାହିତ୍ୟରତ୍ନକୁ ଅନେକ ଭାରତୀୟ ଭାଷାରେ ଅନୁବାଦ କରାଯାଇଛି ଏବଂ ଇଂରାଜୀ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି ।

ଡଃ ପ୍ରତିଭା ରାୟ: ଆଧୁନିକ ଓଡ଼ିଆ ସାହିତ୍ୟର ସମସାମୟିକ ଓଡ଼ିଶାର ସୁପ୍ରସିଦ୍ଧ ଲେଖିକା ଡଃ ଶ୍ରିମତି ପ୍ରତିଭାରାୟଙ୍କର ଏହି ଉପନ୍ୟାସ ନାରୀ ଦୃଷ୍ଟିକୋଣ ବହନ କରୁଥିବା ମହାକାବ୍ୟ ମହାଭାରତର ଏକ ଅଣଦେଖା ଅଂଶବିଶେଷ । ଏହି ଉପନ୍ୟାସରେ ଶ୍ରିମତୀ ରାୟ ପାଣ୍ଡବମାନଙ୍କ ଧର୍ମପତ୍ନୀ ଦ୍ରୌପଦୀଙ୍କ ସମ୍ପୂର୍ଣ୍ଣ ଜୀବନ ଏବଂ ଜୀବନବ୍ୟାପୀ ସଂଘର୍ଷକୁ ଜୀବନ ରୂପ ଦେଇଛନ୍ତି । ଏ ନେଇ ଦ୍ରୌପଦୀ ତାଙ୍କ ଏକମାତ୍ର ବନ୍ଧୁ ବା ସଖା ଶ୍ରୀ କୃଷ୍ଣଙ୍କୁ ଅନେକ ପତ୍ର ବା ଚିଠି ଲେଖିଛନ୍ତି । ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରି ଗଢି ତୋଳିଥିବା ୧୯୮୪ରେ ପ୍ରକାଶିତ ଏହି ଉପନ୍ୟାସ ଅନ୍ୟ ଭାରତୀୟ ଭାଷା ଏବଂ ହଙ୍ଗେରୀ ଭାଷାରେ ଅନୁବାଦ କରାଯାଇଛି ।ଏପରିକି ଏହାକୁ ନେପାଳୀ ଭାଷାରେ ନାଟ୍ୟରୂପାନ୍ତର କରି ବେଶ୍ ପ୍ରଂଶସା ସାଉଁଠିଛନ୍ତି ସୁମନ ପୋଖରେଲ । ଡଃ ରାୟଙ୍କ ପ୍ରାୟ ସମସ୍ତ ରଚନାବଳୀ ବିଶେଷ ଭାବେ କାଳ୍ପନିକ କଥାବସ୍ତୁ, ସାମାଜିକ ପ୍ରଥା ପରମ୍ପରା ଉପରେ ଆଧାରିତ, ଯାହାକି ପାଠକଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିପାରିଛି ।

ମନୋଜ ଦାସ : ସମସାମୟିକ ଓଡ଼ିଆ ସାହିତ୍ୟର ଏକ ମାଷ୍ଟରପିସ୍ ‘ଅମୃତଫଳ’ ହେଉଛି କଥାକାର, ଔପନ୍ୟାସିକ, ସ୍ତମ୍ଭାକାର ଶ୍ରୀ ମନୋଜ ଦାସଙ୍କ ଏକ ଐତିହାସିକ ରଚନାବଳୀ ମଧ୍ୟରୁ ଗୋଟିଏ । ‘ଅମୃତଫଳ’ ହେଉଛି କିଛି ଐତିହାସିକ ଉପାଦାନ, ଅତୀତର କିମ୍ବଦନ୍ତୀ, ଷଡଯନ୍ତ୍ର ଏବଂ ଏକ ଉପନ୍ୟାସ ସୃଷ୍ଟି କରିବା ପାଇଁ ଯେଉଁସବୁ ଅତୀତ ଓ ବର୍ତ୍ତମାନର ସୀମା ସରହଦୀ ଆବଶ୍ୟକତା ଏବଂ ବାସ୍ତବତା ଓ କାଳ୍ପନିକତାର ଏକ ମିଳିତ ଉପଲବ୍ଧି । ଏକାଧିକ ସମ୍ମାନର ଅଧିକାରୀ ଶ୍ରୀ ଦାସଙ୍କୁ ମିଳିଛି ୨୦୦୧ର ପଦ୍ମଶ୍ରୀ ଏବଂ ୨୦୨୦ର ପଦ୍ମଭୂଷଣ ସମ୍ମାନ । ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇଶାରା, କନକ-ଉପତ୍ୟକାର କାହାଣୀ, ଶେଷ ତାନ୍ତ୍ରିକର ସାଧନାରେ… ଏବଂ ଆହୁରି ଅନେକ ଗଳ୍ପ ସଂକଳନ ତାଙ୍କ ସୃଷ୍ଟିର ଅନବେଦ୍ୟ ଉପମା ।

ଗୋପିନାଥ ମହାନ୍ତି:  ‘ଅମୃତର ସନ୍ତାନ’ ଉପନ୍ୟାସ ପାଇଁ ୧୯୫୫ରେ ପ୍ରଥମ ସାହିତ୍ୟ ଏକାଡେମୀ ଓ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କଥାକାର ଶ୍ରୀ ଗୋପିନାଥ ମହାନ୍ତି ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ପରେ ପ୍ରଥମେ ସେ କୋରାପୁଟରେ ଚାକିରୀ କଲାବେଳେ ସେ ଆଦିବାସୀଙ୍କ ସଂସ୍ପର୍ଷରେ ଆସି ସେମାନଙ୍କ ରିତୀ-ନୀତି, ଧର୍ମବିଶ୍ୱାସ, ପ୍ରେମ-ପ୍ରତାରଣା, ପାହାଡ, ଜଙ୍ଗଲ,ଝରଣା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଗଲେ । ଗୋପୀନାଥଙ୍କ ସମସ୍ତ ଗଳ୍ପର କଥାବସ୍ତୁ ଆଦିବାସୀଙ୍କ ସରଳ ଓ ନିରଳସ ଜୀବନଶୈଳୀ ଏବଂ ସେମାନଙ୍କ ଭିତରକୁ ଧସେଇ ପଶି ଆସିଥିବା ଆଧୁନିକତାର ଉତ୍ପୀଡ଼ନରେ ଆବୃତ୍ତ । ‘ପରଜା’ ହେଉଛି ସେହିଭଳି ଏକ ଉପନ୍ୟାସ ଯେଉଁଥିରେ ଏକ ଆଦିବାସୀ ପରିବାରକୁ ନାରଖାର କରାଯାଇଥିବା କାହାଣୀ ସୃଷ୍ଟି ହୋଇଛି । ଟଙ୍କା ଦେଣନେଣକୁ ନେଇ କିପରି ଏକ ପରଜା ଜନଜାତି ପରିବାରର ସଂଘର୍ଷର ଏ ହେଉଛି କାହାଣୀ ସରଳ ଭାଷା ଓ ଉପମା ଦ୍ୱାରା ଉପନ୍ୟାସ ‘ପରଜା’ ଜନମାନସରେ ବେଶ୍ ଆଦୃତ ହେବା ସହ ଇଂରାଜୀ ଭାଷାରେ ବିକ୍ରମ କେ. ଦାସ ଏହାକୁ ଅନୁବାଦ କରିଛନ୍ତି ।

ବିଭୂତି ପଟ୍ଟନାୟକଙ୍କ ବଧୂ ନିରୁପମା:  କେନ୍ଦ୍ର ସାହିତ୍ୟ ଏକାଡେମୀ, ଅତିବଡ଼ି ଜଗନ୍ନାଥ ଦାସ, ସାରଳା ପୁରସ୍କାର ପ୍ରାପ୍ତ ଗାଳ୍ପିକ ଓ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କ ସାରସ୍ୱତ ସୃଜନୀ ଓଡ଼ିଆ ପାଠକଙ୍କୁ କରିଥାଏ ଅଧିକ ଆକୃଷ୍ଟ । ତାଙ୍କ ଉପନ୍ୟାସର ପ୍ରଧାନ ଉପାଦାନ ହେଉଛି ପ୍ରେମ, କିନ୍ତୁ ପ୍ରେମକୁ ସେ ସମ୍ଭବର ସାମଗ୍ରୀ ଭାବେ ନୁହେଁ, ବରଂ ସାମାଜିକ ପରିବର୍ତ୍ତନର ଆୟୁଧ ଭାବରେ ପ୍ରୟୋଗ କରି ସଫଳତାର ଶୀର୍ଷରେ ପହଞ୍ଚିଥିବା ଏକ ବିରଳ ବ୍ୟକ୍ତିତ୍ୱ । ଏସବୁ ପାଠକଙ୍କୁ ଯେ କେବଳ ସାହିତ୍ୟ ପଢ଼ିବାକୁ ଆକୃଷ୍ଠ କରେ ତାହା ନୁହେଁ ବରଂ ନୂତନ ସାହିତ୍ୟ ରଚନା ପାଇଁ ବୀଜ ରୋପଣ କରେ । ତତ୍କାଳୀନ ସମାଜରେ ପ୍ରଚଳିତ ଜାତିଭେଦ କୁ ଆଧାର କରି ‘ବଧୂ ନିରୁପମା’ର କାହାଣୀ ।

ସୁରେନ୍ଦ୍ର ମହାନ୍ତି: ଏକାଧାରରେ ଜଣେ ସାମ୍ବାଦିକ, ସାହିତ୍ୟିକ, ସମାଲୋଚକ, ସ୍ତମ୍ଭାକାର ଓ ରାଜନୀତିଜ୍ଞ ଭାବେ ପରିଚିତ ବିଶିଷ୍ଟ କଥାକାର ଶ୍ରୀ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଜଣେ ଅମୂଲ୍ୟ ରତ୍ନ । ତାଙ୍କ ରଚିତ ‘ନୀଳଶୈଳ’ ଓଡ଼ିଆ ଐତିହାସିକ ଉପନ୍ୟାସ ରଚନା କ୍ଷେତ୍ରରେ ଏକ ଅବିସ୍ମରଣୀୟ କୃତୀ । ସମାଜ, ସଂସ୍କୃତି ଓ ଜଗନ୍ନାଥଙ୍କୁ ଭିତ୍ତି କରି ଉପନ୍ୟାସ ‘ନୀଳଶୈଳ’ ଗତିଶୀଳ । ଧର୍ମ,ମତବାଦ, ସମ୍ପ୍ରଦାୟ ଠାରୁ ଊର୍ଦ୍ଧ୍ୱରେ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେଶର ଗୌରବଗାଥା ସହିତ ମୈତ୍ରୀ, ପ୍ରିତୀ, ବିଶ୍ୱଭାତୃତ୍ୱକୁ ଚମତ୍କାର ଭାବେ ଉପସ୍ଥାପନ କରିଛନ୍ତି ।

କାଳିନ୍ଦୀ ଚରଣ ପାଣିଗ୍ରାହୀ:  ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ ଥିଲେ ସବୁଜ ଯୁଗର ଅନ୍ୟତମ ଶ୍ରେଷ୍ଠ ଔପନ୍ୟାସିକ । ବାମପନ୍ଥୀ ଲେଖକ ଭାବେ ସେ ବେଶ୍ ପରିଚିତ। ତାଙ୍କର ଲେଖାରେ ଅନ୍ୟାୟ, ଅନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହ ଗ୍ରାମ୍ୟ ପରିବେଶ, ଲୋକଙ୍କ ସାମାଜିକ ଚଳଣି ସ୍ଥାନ ପାଇଛି । ସାହିତ୍ୟ ଯେ କେବଳ କାଳ୍ପନିକ କଥାବସ୍ତୁ, ଐତିହାସିକ ଘଟଣାବଳୀ, ଶବ୍ଦକୋଷର ସମ୍ମିଳନରେ ସୃଷ୍ଟି ତାହା ନୁହେଁ, ପ୍ରତ୍ୟେକ ଜୀବନଚର୍ଯ୍ୟାକୁ ସାହିତ୍ୟର ରୂପ ଦିଆଯାଇପାରେ, ଯାହାକୁ କି ଆଜିର ଯୁବପିଢି ଶିଖିବା ଜରୁରୀ ।

ଦିନକୁ ଦିନ ଓଡ଼ିଆ ସାହିତ୍ୟରେ ନୂତନ ପୃଷ୍ଠା ଯୋଡ଼ି ହୋଇଚାଲିଛି । ନୂଆ ନୂଆ ଲେଖକ ନିଜର ସାରସ୍ୱତ ଲେଖନୀ ଚାଳନା ମାଧ୍ୟମରେ ସାହିତ୍ୟକୁ ସମୃଦ୍ଧିଶୀଳ କରୁଛନ୍ତି । ଏହି ନୂତନ ପୃଷ୍ଠା ଯୋଡ଼ିବାରେ ପୁରାତନ ପୃଷ୍ଠାର ଭୂମିକାକୁ ଅସ୍ୱୀକାର କରାଯାଇ ପାରେନା । ଏହିସବୁ ଲେଖା ପାଠକଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବାରେ ସଫଳ ହୋଇପାରିଛି ।