ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀରେ ଶେଷ ହୋଇଛି ଶ୍ରୀଜୀଉଙ୍କ ନବଦିନାତ୍ମକ ଲୀଳାଖେଳା। ଜନ୍ମବେଦୀରେ ଲୀଳାଖେଳା ସାହି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଶ୍ରୀଜିଉ। ସେଥିପାଇଁ ନୀତିକାନ୍ତି ପ୍ରସ୍ତୁତ ହୋଇଥିବା ବେଳେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ଲାଗି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପଟେ ଶ୍ରୀଜିଉଙ୍କୁ ଶ୍ରୀମନ୍ଦିର ବାହୁଡ଼ାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗର ଅପେକ୍ଷାରତ ତିନି ରଥ। ରଥ ଓ ପଥ ପ୍ରସ୍ତୁତ ହୋଇଥିବାବେଳେ ସେବାୟତମାନେ ରଥ ଟାଣିନେବାକୁ ଅପେକ୍ଷା କରି ରହିଛନ୍ତି। ଗତ ବର୍ଷ ଭଳି କୋରୋନା ପାଇଁ ଏଥର ବି ଆଡ଼ପ ମଣ୍ଡପରେ ବିନା ଭକ୍ତରେ ଶେଷ ହୋଇଛି ଠାକୁରଙ୍କ ସନ୍ଧ୍ୟା ଦର୍ଶନ ନୀତି।

Boita Bandana: The Essence of Kartika Purnima
Heroes Of Odisha: Let’s Celebrate Our ‘Padmas’!
ଓଡିଶାରେ ଦୀପାବଳି: ରୀତିନୀତି, କଥା, କାହାଣୀ, କିମ୍ବଦନ୍ତୀ
Odia NRIs Celebrate Diwali
ଜଗନ୍ନାଥ ଙ୍କୁ ସମର୍ପିତ ଜଗନ୍ନାଥ ବାଟିକା