ରଥାରୁଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଆଜି ହେଉଛି ବିଶ୍ବନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହାରି ପଡ଼ିଛନ୍ତି ମହାପ୍ରଭୁ। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ କାଳିଆ ଠାକୁର। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ଗୋଟି ପହଣ୍ଡିରେ ନାକଚଣା ଦ୍ଵାର ଦେଇ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ ହୋଇଛି। ରଥାରୁଢ ହୋଇଛନ୍ତି ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଓ ମହାବାହୁ। ଘଣ୍ଟ ଘଣ୍ଟା, କାହାଳୀ, ମୃଦଙ୍ଗ ନାଦରେ ଫାଟି ପଡୁଛି ଚତୁର୍ଦ୍ଦିଗ। ଚାରିଆଡ଼େ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ଵାର ନିକଟରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତ ଚାଲିଛି। ଏ ଦୁର୍ଲଭ ବେଶ ଦେଖିବାରୁ ବଞ୍ଚିତ ଭକ୍ତଗଣ। ଭକ୍ତରହିତ ଭାବେ ପାଳନ ହେଉଛି ବାହୁଡ଼ା ଯାତ୍ରା। ତେଣୁ ବଡ଼ଦାଣ୍ଡରେ ଗହଳି ନାହିଁ। ଜନଶୂନ୍ୟ ହୋଇ ପଡ଼ିଛି କାଳିଆର ବଡ଼ଦାଣ୍ଡ। ଦିନେ ଏଇ ବଡ଼ଦାଣ୍ଡରେ ତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଥିଲା। କିନ୍ତୁ ମହାମାରୀ କୋରୋନା ପାଇଁ ବିନା ଭକ୍ତରେ ହେଉଛି କାଳିଆ ସାଆନ୍ତଙ୍କ ବାହୁଡ଼ା ଯାତ୍ରା।